Latest Odisha News

BREAKING NEWS

ଦିନ ସାଢ଼େ ଗୋଟାଏରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଘୋଷଣା ହୋଇପାରେ ଅନଲକ୍/ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସରୁଛି ଲକଡାଉନ୍ । ଆସନ୍ତାକାଲି ସକାଳ ୭ଟା ପରେ କଣ ହେବ । ଅନଲକ୍ ନେଇ ଘୋଷଣା କରିପାରନ୍ତି ସରକାର । ଆଜି ଦିନ ସାଢ଼େ ଗୋଟାଏରେ ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସେ ପ୍ରେସ ବିବୃତ୍ତି ଦେବେ । କଣ କହିବେ ମୁଖ୍ୟ ସଚିବ ତାଉପରେ ସମସ୍ତଙ୍କ ନଜର ରହିଛି ।

ଉଭୟ ଆକ୍ଟିଭ୍ ଓ ପଜିଟିଭିଟିରେ ଗ୍ରୀନ୍ ଜୋନରେ ଥିବା ଜିଲ୍ଲାରେ କୋହଳ ହୋଇପାରେ ଲକଡାଉନ୍ କଟକଣା । ପୂର୍ବରୁ କରୋନା ସ୍ଥିତି ସମୀକ୍ଷା ପରେ ଅନଲକ୍ ନେଇ ସଙ୍କେତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସଂକ୍ରମଣ ହାର ହ୍ରାସ ପାଉଥିବା ଜିଲ୍ଲାରେ ଅନଲକ୍ ନେଇ ବିଚାର କରାଯାଉଥିବା କହିଥିଲେ । ତେଣୁ ଗ୍ରୀନ୍ ଜୋନ ଜିଲ୍ଲାରେ ଅନଲକ୍ ହୋଇପାରେ । ଏହି ତାଲିକାରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, କଳାହାଣ୍ଡି ଓ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ଆସୁଛି ।

ସେହିପରି ମୁଖ୍ୟମନ୍ତ୍ରୀ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାକୁ ଫୋକସ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ରେଡ୍ ଜୋନରେ ଥିବା ଜିଲ୍ଲାରେ କଟକଣା କୋହଳ ହୋଇ ନପାରେ । ନଚେତ୍ ସାମାନ୍ୟ କୋହଳ କରିପାରନ୍ତି । ଉଭୟ ଆକ୍ଟିଭ୍ ଓ ପଜିଟିଭିଟି ରେଡ୍ ଜୋନରେ ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ଅଛି । ଏସବୁ ଜିଲ୍ଲାରେ ମୁକାବିଲା ରଣନୀତି ଉପରେ କଣ କହିବେ ମୁଖ୍ୟ ସଚିବ ତାଉପରେ ନଜର ରହିଛି ।

ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ଅନଲକ୍ କିମ୍ବା ଲକଡାଉନ୍ ଘୋଷଣା କରିପାରନ୍ତି । ଅନଲକ୍ ହେଲେ ବି ପୂର୍ବଭଳି ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ହୋଇପାରେ । କାରଣ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ବି ଏବେ ବି ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହିଛି ।

Comments are closed.