Latest Odisha News

BREAKING NEWS

ଆସନ୍ତାକାଲିଠୁ ଓଡିଶାରେ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ଆସନ୍ତାକାଲିଠୁ ଅର୍ଥାତ୍ ଜାନୁଆରି ୩ ତାରିଖରୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ବୁଧବାର ଦିନ ପ୍ରିନ୍ସିପାଲ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ ବିିଭାଗ) ସନ୍ଦୀପ ତ୍ରିପାଠୀ କହିଛନ୍ତି ।

ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ ଡିଭିଜନ ଗୁଡିକରେ ଜାନୁଆରି ୩ ତାରିଖରୁ ଆରମ୍ଭ ହେବ । ସେହିପରି ତା’ ପରଦିନ ଚିଲିକା ହ୍ରଦ ଏବଂ ଜାନୁଆରି ୬ ତାରିଖରୁ ଭିତରକନିକା ଅଭୟାରଣ୍ୟ ଓ ହୀରାକୁଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହେବ ।

ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଯୋଗୁଁ କେନ୍ଦ୍ରପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଜାନୁଆରି ୬ରୁ ୧୪ ତାରିଖ ଯାଏଁ ବନ୍ଦ ରହିବ । ଏହି ସମୟରେ କୁମ୍ଭୀର ଓ ବିଦେଶାଗତ ପକ୍ଷୀମାନଙ୍କର ମଧ୍ୟ ଗଣନା ହେବ ।

ସେହିପରି ବାର୍ଷିକ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ମହାନଦୀ ମୁହାଣ, ଭିତରକନିକାର ନଦୀ ମୁହାଣ, ଘୋଡାହାଡ ନଦୀ ମୁହାଣ ଏବଂ ଶିମିଳିପାଳ ନଦୀ ମୁହାଣରେ ଗଣନା କାର୍ଯ୍ୟ କରାଯିବା ନେଇ ସୂଚନା ମିଳିଛି ।

ବାର୍ଷିକ ଡଲଫିନ୍ ଗଣନା ଜାନୁଆରି ୧୯ ତାରିଖରେ ହେବା ନେଇ ଶ୍ରୀଯୁକ୍ତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଏହି ବାର୍ଷିକ ଗଣନା କାର୍ଯ୍ୟକ୍ରମ ପାଇଁ ବନବିଭାଗ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.