Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି: ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଗଣମାଧ୍ୟମ ଆଗରେ ଗତକାଲି ଅସ୍ୱୀକାର କରିବା ପରେ ବୁଧବାର ଦିନ ପୁରୀରୁ ଲଢିବା ନେଇ ନିଶ୍ଚିତ ସମ୍ଭାବନା ରହିଛି ବୋଲି ବିଜେପି ଶାଖା କାର୍ଯ୍ୟାଳୟ ପ୍ରକାଶ କରିଛି ।

“ପ୍ରଧାନମନ୍ତ୍ରୀଙ୍କ ତୀକ୍ଷ୍ନ ନଜରରେ ଏବେ ଓଡିଶା ରହିଛି, ମାତ୍ର ତାଙ୍କ ହୃଦୟରେ ପୁରୀ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଯେହେତୁ ସେ ଗତ ୨୦୧୪ ସାଧାରଣ ନିର୍ବାଚନରେ ୟୁପିର ବାରଣାସୀରୁ ଲଢି ମହାପ୍ରଭୁଙ୍କ ଆର୍ଶିବାଦରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲେ । ତେଣୁ ଏଥିପାଇଁ ପୁରୀରୁ ସାଧାରଣ ନିର୍ବାଚନ ଲଢିବା ନେଇ ନିଶ୍ଚିତତା ରହିଛି” ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିବା ନେଇ ୯୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ବିଜେପି ବିଧାୟକ ତଥା ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

“ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୁରୀ ଆସନରୁ ନିର୍ବାଚନ ଲଢିଲେ ଏହା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ” ।

ଯେହେତୁ ଓଡିଶାର ଜନସାଧାରଣ ଦୃଢ ଭାବେ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହିଛିନ୍ତି ଏବଂ ବିଜେଡି ଉପରେ ଗଭୀର ବିଶ୍ୱାସ ଓ ଆସ୍ଥା ରଖିଛନ୍ତି, ତେଣୁ ବାହାର ରାଜ୍ୟର କୌଣସି ନେତା ଓଡିଶାରୁ ଲଢିଲେ ବି କିଛି ପ୍ରଭାବ ପଡିବ ନାହିଁ ବୋଲି ଶ୍ରୀଯୁକ୍ତ ଆଚାର୍ଯ୍ୟ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ପୁରୀ ଆସନରୁ ବିଜେଡି ନେତା ପିନାକୀ ମିଶ୍ର ନିର୍ବାଚନ ଲଢି ବିପୁଳ ସମର୍ଥନ ହାସଲ କରିଥିଲେ । ସମୁଦାୟ ୫୦.୩୩ ପ୍ରତିଶତ ଭୋଟ ଅକ୍ତିଆର କରିଥିବା ହେତୁ ଏହି ଆସନ ଲାଗି ସେ ଦୃଢ ଆଶାବାଦୀ ରହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ମଙ୍ଗଳବାର ଦିନ ଏସମ୍ପର୍କରେ  ଗଣମାଧ୍ୟମ ଏଏନଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏ ଖବର ମିଡିଆ ଦ୍ୱାରା ସୃଷ୍ଟ ଏବଂ ଏସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏପରିକି ମୋଦି ଏହି ପ୍ରସଙ୍ଗକୁ ଭିତ୍ତିକରି କହିଥିଲେ “ ପ୍ରତି ମୁହୂର୍ତ୍ତରେ ମିଡିଆକୁ ଉତ୍ତର ଦେବା ଲାଗି କିଛି କହିବା ଦରକାର ।

Leave A Reply

Your email address will not be published.