Latest Odisha News

BREAKING NEWS

ପ୍ରମେୟ, ନ୍ୟୁଜ୍ ୭ର ଜନ୍ମ ଉତ୍ସବ, ଗୁଣାତ୍ମକ ହେଉ ଓଡ଼ିଆ ସାମ୍ବାଦିକତା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗଣମାଧ୍ୟମ ମୂଲ୍ୟହୀନ ଖବର ପଛରେ ନ ଧାଇଁ ଲୋକଙ୍କ ବାସ୍ତବ ପ୍ରସଙ୍ଗ ସାମ୍ନାକୁ ଆଣିବା ଦରକାର । ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ପ୍ରମେୟ, ନ୍ୟୁଜ୍‌-୭ ଓ ଡିଜିଟାଲ ୱିଙ୍ଗ୍‌ର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ସମ୍ମାନିତ ଅତିଥି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକତାର ଗୁଣାତ୍ମକ ଦିଗ ପ୍ରତି ଗୁରୁତ୍ୱ ଦେଇ ଓଡ଼ିଶାର ଉତ୍କର୍ଷତାକୁ ପୁର୍ନଜୀବିତ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ତଥା ଚଳଚ୍ଚିତ୍ର ନିର୍ମାତା ପ୍ରୀତିଶ ନନ୍ଦୀ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟସଭାର ଉପାଧ୍ୟକ୍ଷ ଡ. ହରିବଂଶ ସାଲିସ ବିହୀନ ସାମ୍ବାଦିକତାକୁ ସମୟର ଆହ୍ୱାନ ବୋଲି କହିଥିଲେ ।

Annual Event Of Prameya And News7

ପ୍ରମେୟ ଓ ନ୍ୟୁଜ୍‌-୭ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେବା ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସୁମା ରିଅଲ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଉତ୍ତରୀୟ ଏବଂ ସ୍ମୃତିଫଳକ ପ୍ରଦାନ କରି ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟମବୀ ଶ୍ରୀ ପଟ୍ଟନାୟକ ପ୍ରଥମେ ପ୍ରମେୟ, ନ୍ୟୁଜ୍‌-୭, ଡିଜିଟାଲ ୱିଙ୍ଗ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ, ପ୍ରମେୟ, ନ୍ୟୁଜ୍‌-୭ ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଭାବରେ ନିଜର ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଖବର, ବିଭିନ୍ନ ଅଞ୍ଚଳର ଖବର ଲୋକ ଲୋଚନକୁ ଆଣିଛନ୍ତି । ଏଥିପାଇଁ ଜନତାଙ୍କ ବିଶ୍ୱାସ ହାସଲ କରିପାରିଛନ୍ତି । ମେ ଫେୟାର କନଭେନସନ୍ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.