Latest Odisha News

BREAKING NEWS

ସ୍ପେସ୍ଏକ୍ସର ରକେଟରେ ଜହ୍ନକୁ ଯିବେ ଭାରତୀୟ ଟିଭି ଅଭିନେତା ଦେବ ଜୋଶୀ

ନୂଆଦିଲ୍ଲୀ: ୨୦୨୩ରେ ଜହ୍ନରେ ପାଦ ଥାପିବ ମଣିଷ । ସ୍ପେସ୍ଏକ୍ସ ଏଥିପାଇଁ ରକେଟ୍ ନିର୍ମାଣ କରିଥିବା ବେଳେ ୮ ଜଣ ଜହ୍ନକୁ ଯାତ୍ରା କରି ପାରିବେ । ଆଉ ଉକ୍ତ ରକେଟର ସମସ୍ତ ଟିକେଟ୍ ୨୦୧୮ରେ କିଣିଥିଲେ ଜାପାନର ବିଲିୟନାରୀ ୟୁସାକୁ ମାୟେଜାୱା ।

 

View this post on Instagram

 

A post shared by Dev Joshi (@devjoshi28)

ଡିଅରମୁନ୍ କ୍ରିଉରେ ସାମିଲ୍ ହେବା ନେଇ ଦେବ ଜୋଶୀ ସୂଚନା ଦେଇଛନ୍ତି । ଟିଭି ସିରିଏଲ୍ ବାଲ୍ ଭୀରରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଦେବ ଜୋଶୀ ମୁନ୍ ମିଶନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଜୀବନରେ ଅନେକ ସରପ୍ରାଇଜ୍ ସହ ସୁଯୋଗ ପାଇଛି । ଏହି ବୈଶ୍ୱିକ ପ୍ରକଳ୍ପରେ ଭାରତର ନେତୃତ୍ୱ ନେଉଥିବାରୁ କୃତଜ୍ଞ ବୋଲି କହିଛନ୍ତି ।

ଦେବ ଜୋଶୀ ପ୍ରାୟ ୩ ବର୍ଷ ବୟସରୁ ଶିଶୁ କଳାକାର ଭାବେ ଟେଲିଭିଜନ ଶୋ ସହ ଫିଲ୍ମ କରିଥିଲେ । ୨୦୧୯ରେ ଜୋଶୀଙ୍କୁ ବାଲ୍ ଶକ୍ତି ପୁରସ୍କାର ମିଳିଥିଲା । ଏବେ ଡିଅରମୁନ୍ ମିଶନରେ ସାମିଲ୍ ହୋଇ ସେ ଖୁସି ଅଛନ୍ତି । ସୂଚନା ଅନୁସାରେ, ଡିଅରମୁନ୍ ମିଶନ ୬ ଦିନ ଧରି ଚନ୍ଦ୍ରରେ ଅବତରଣ ନ କରି ପରିକ୍ରମା କରିବ ।

Leave A Reply

Your email address will not be published.