Latest Odisha News

BREAKING NEWS

ରାଗୋତ୍ସବ ୨୦୨୩ ର ଦ୍ୱିତୀୟ ସନ୍ଧ୍ୟା: କର୍ଣ୍ଣାଟକୀ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ

ଭୁବନେଶ୍ୱର : ଜେଏସଡ଼ବ୍ଲ୍ୟୁ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସକର୍ଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ବାଷିକ ଉତ୍ସବ ‘ରାଗୋତ୍ସବ ୨୦୨୩’ ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ଦେଖିବାକୁ ମିଳିଥିଲା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ସୀତାର ବାଦନର ଯୁଗଳବନ୍ଦୀ । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାଜୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟକ ଡ଼ଃ. ପନ୍ତୁଲା ରାମାଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ । ପ୍ରଥମ ଅର୍ଘରେ ରାଗ ହିନ୍ଦୋଳମ ଏବଂ ଆଦିତାଳରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭବକୁ ଉଚ୍ଚାଙ୍ଗ ସ୍ୱରରେ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ସେ ସ୍ତମ୍ଭୀଭୂତ କରି ଦେଇଥିଲେ । ତାଙ୍କର ଏହି ଉଚ୍ଚକୋଟୀର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ । ତାଙ୍କୁ ବେହେଲାରେ ଏମ.ଏସ.ଏନ ମୂତ୍ତ,ର୍ ମୃଦଙ୍ଗମରେ ଏମ ୟେଦୁକୋଣ୍ଡାଲୁ ଏବଂ ତମ୍ବୁରାରେ କିରୀଟି ଦେବଗୁପ୍ତାପୁ ସହଯୋଗ କରିଥିଲେ ।

BjdElectrycity

ସନ୍ଧ୍ୟାର ଶେଷ ଉପସ୍ଥାପନାରେ ଥିଲା ପ୍ରସିଦ୍ଧ ସୀତାର ବାଦିକା ସାହାନା ବାନାର୍ଜୀ ଓ ଅଗ୍ରଣୀ ଯୁବ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଋଚିରା କେଦାର । ସାହାନାଙ୍କ ଉପସ୍ଥାପନାରେ ରାଗର ଶୁଦ୍ଧତାକୁ ବଜାୟ ରଖିବା ସହିତ ନିଜର ବାଦନ ଶୈଳୀକୁ ଚମତ୍କାର ରୂପେ ପ୍ରଷ୍ଫୁଟିତ କରିଥିôଲ । ସେମାନଙ୍କ ସହ ତବଲାରେ ଉଜ୍ଜ୍ୱଳ ଭାରତୀ, ହାରମାନିୟମେର ଆକାଶ ରଞ୍ଜୀବ ବିଶ୍ୱାଳ ଏବଂ ତାନପୁରୋର ସୁଦିପ୍ତା ମହାପାତ୍ର ଓ ସୁଚିଶ୍ମିତା ନନ୍ଦ ଥିଲେ  ।

ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମ୍ୟୁଜିକ ସକର୍ଲର ସଭାପତି ଅରବିନ୍ଦ ବେହେରା; ଭୁବନେଶ୍ୱର ମ୍ୟୁଜିକ ସକର୍ଲର ଉପ ସଭାପତି ବିଦୁ ଭୂଷଣ ମହାନ୍ତି ଓ ଭୁବନେଶ୍ୱର ମ୍ୟୁଜିକ ସକର୍ଲର ସଚିବ କ୍ଷିରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ପରିଚାଳନା ଓ ସଂଯୋଜନାରେ ସାହାଯ୍ୟ କରିଥିଲେ ଡ଼ଃ. ସଙ୍ଗୀତା ଗୋସାଇଁ ।

 

Leave A Reply

Your email address will not be published.