Latest Odisha News

BREAKING NEWS

୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ବ୍ୟକ୍ତି

ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ସେଥିମଧ୍ୟରୁ କୁମ୍ଭୀର ଅନ୍ୟତମ । ପ୍ରତ୍ୟେକ ଲୋକ କୁମ୍ଭୀରକୁ ଦେଖିଲେ ଭୟ କରିଥାନ୍ତି । କେହି ତା’ ସାମ୍ନାକୁ ଯିବାକୁ ବି ସାହସ ଜୁଟାନ୍ତିି ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଲୋକ ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ନିର୍ଭୟରେ ଖାଇବାକୁ ଦେଉଛନ୍ତି । ଲୋକେ ଏହି ଭିଡିଓ ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି ।

ଏହି ବ୍ୟକ୍ତି ଜଣକ ଏକାସାଙ୍ଗରେ ୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦେଉଛନ୍ତି । ଭିଡିଓଟି କେଉଁଠୁ ଆସିଛି ସେ ବିଷୟରେ ଯଦିଓ ଜଣାପଡ଼ିନାହିଁ । ମାତ୍ର ଏହା ସୋସିଆଲ ମିଡିଆରେ ଖୁବ୍‌? ଭାଇରାଲ ହେଉଛି । ସମସ୍ତ କୁମ୍ଭୀର ଏକ ଏନ୍‌କ୍ଲୋଜରରେ ପଡ଼ିଛନ୍ତି । ଏହା ଏକ ପ୍ରାଣୀ ଉଦ୍ୟାନ କିମ୍ବା କୁମ୍ଭୀର ପାର୍କ ପରି ଲାଗୁଛି । ସେହି ବ୍ୟକ୍ତିଙ୍କ କାମ ହେଉଛି କୁମ୍ଭୀରମାନଙ୍କୁ ଖାଇବାକୁ ଦେବା । ସେ ତାଙ୍କ ହାତରେ ଏକ ବାକ୍ସ ଧରିଛନ୍ତି ଯେଉଁଥିରେ ମାଂସ ଖଣ୍ଡ ଅଛି । ସେ ବାକ୍ସ ସହିତ ଭିତରକୁ ଯିବାବେଳେ ସମସ୍ତ କୁମ୍ଭୀର ଏକତ୍ର ହୋଇ ତାଙ୍କ ଆଡ଼କୁ ମାଡ଼ିଆସୁଛନ୍ତି । ଅନେକ କୁମ୍ଭୀର ବ୍ୟକ୍ତିଙ୍କ ପାଦ ଉପରେ ବି ଚଢ଼ିଯାଉଛନ୍ତି । ଏହି ବ୍ୟକ୍ତି ଜୋତା ପିନ୍ଧିଥିଲେ ଯେପରି କୁମ୍ଭୀରମାନେ ତାଙ୍କର କ୍ଷତି କରିପାରିବେ ନାହିଁ ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି, ଏହା କେତେ ବିପଜ୍ଜନକ କଥା! ଆଉ କିଛି କହିଛନ୍ତି, ଯଦି ଦିନେ ସେହି କୁମ୍ଭୀରମାନେ ତାଙ୍କୁ ଆକ୍ରମଣ କରନ୍ତି ତେବେ କ’ଣ ହେବ? ବାହାରେ ଖାଦ୍ୟ ରଖିବା ଭଲ, ଭିତରକୁ ଯିବାର ଆବଶ୍ୟକତା କାହିଁକି?

Leave A Reply

Your email address will not be published.