Latest Odisha News

BREAKING NEWS

ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ , ୨୮ଟି ଟିମ ନିୟୋଜିତ

ବ୍ରହ୍ମଗିରି : ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ । ବ୍ରହ୍ମଗିରି ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ ହୋଇଛି । ଚିଲ୍ଲିକା ଉନ୍ନୟନ କର୍ତ୍ତୁ ପକ୍ଷଙ୍କ ଦ୍ୱାରା ଏହି ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ସକାଳ ୬ଟାରୁ ଆରମ୍ଭ କରାଯାଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ବାର୍ଷିକ ସର୍ଭେ ପାଇଁ ନିୟୋଜିତ ହୋଇଛନ୍ତି ୨୮ଟି ଟିମ୍ । ଖବର ଅନୁସାରେ ଚିଲାକରେ ଜୈବ ବିବିଧତା ଜାଣିବା ପାଇଁ ଆରମ୍ଭ ହୋଇଛି ଜଳଜ ଭିତ୍ତିକ ଓ ଚିଲିକାରେ ବାସ କରୁଥିବା ପ୍ରାଣୀ ମାନଙ୍କର ସର୍ଭେ ।

ଏହି ସମୟରେ କୌଣସି ଡଙ୍ଗା ଚାଲିବ ନାହିଁ । ପର୍ଯ୍ୟଟକଙ୍କୁ ମଧ୍ୟ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଇଛି ।CDA ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ, PCCF ବନ୍ୟପ୍ରାଣୀ ଅଧିକାରୀଙ୍କ ସହ ବୋଟ ମାଲିକ ସଂଘଙ୍କୁ ନେଇ ଏହି ସର୍ଭେ କରାଯାଉଛି । ଏହି ସର୍ଭେ ଚିଲିକା ଭିତରେ ଦେଖାଯାଉଥିବା ବୃକ୍ଷ ଲତା, ମାଛ, ଚିଙ୍ଗୁଡ଼ି, ଡ଼ଲଫିନ , ପକ୍ଷୀ ଆଦି ଜୀବ ଜଗତର ଗଣନା କରାଯିବ। ସାତପଡ଼ା ପଟୁ ୧୧ଟି ଟିମ ଏବଂ ବାଲୁଗାଁ ପଟୁ ୧୭ଟି ଟିମକୁ ମିଶାଇ ମୋଟ ୨୮ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଟିମରେ ୪ ଜଣ ଲେଖାଏଁ ରହିଛନ୍ତି।

Comments are closed.