ଭୁବନେଶ୍ୱର: ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (ଆରପିଆରସି)ରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି।
ଏନେଇ ଶନିବାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ଘୋଷଣା କରିଛନ୍ତି।
ଏହି ପ୍ରଦର୍ଶନୀକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ତଥା ଗହଳିକୁ ଦୃଷ୍ଟିରେ ରଖି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଗୋଟିଏ ଦିନ ବୃଦ୍ଧି କରିବାକୁ ରାଜ୍ଯ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ ୭ ତାରିଖରେ ଏକାମ୍ର କାନନଠାରେ ମିଳିତ ଭାବରେ ଆରପିଆରସି ଏବଂ ଗଛ ପ୍ରେମୀ ଆସୋସିଏସନର ଦ୍ୱାରା ଆୟୋଜିତ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।
ତେବେ ଫୁଲ ପ୍ରଦର୍ଶନୀ ଜାନୁଆରୀ ୧୧ ଅର୍ଥାତ୍ ଆଜି ଶେଷ ହେବାର ଥିଲା। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରଦର୍ଶନୀ ଜାନୁଆରୀ ୧୨ ପର୍ଯ୍ୟନ୍ତ ଜାରି ରହିବ।