Latest Odisha News

ଭାଇରାଲ ମ୍ୟାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ନକଲି: ଡିଇଓ

ବଲାଙ୍ଗିର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ବୁଧବାର ଦିନ ପୁଣି ମାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଆଜି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ଏହି ପ୍ରଶ୍ନପତ୍ର ବଲାଙ୍ଗିରର ସଇଁତଳାରେ ଭାଇରାଲ ହେଉଥିବା ସୂଚନା ମିଳୁଛି ।

ଏହି ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଭାଇରାଲ ହୋଇଥିବା ହିନ୍ଦୀ ପ୍ରଶ୍ନପତ୍ର ପୂର୍ବ ବର୍ଷର ବୋଲି କହିଛନ୍ତି । ଏଥିସହିତ କିଛି ଅସାଧୁ ଲୋକ ପୁରୁଣା ପ୍ରଶ୍ନପତ୍ରକୁ ଭାଇରାଲ୍ କରି ବଲାଙ୍ଗିର ଜିଲ୍ଲାକୁ ବଦନାମ୍ କରୁଛନ୍ତି ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ପୋଲିସକୁ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିବା ପାଇଁ କୁହାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ୩ୟ ଥର ପାଇଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପୂର୍ବରୁ ଫେବୃଆରି ୨୨ ତାରିଖରେ ମାତୃଭାଷା ପରୀକ୍ଷା ଭାଇରାଲ ହୋଇଥିବାବେଳେ ଫେବୃଆରି ୨୫ ତାରିଖରେ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.