Latest Odisha News

BREAKING NEWS

ବକ୍ସ ଅଫିସରେ କମାଲ୍ କରୁଛି ରଣବୀର-ଆଲିୟାଙ୍କ ‘ଗଲି ବୟ’ !

ମୁମ୍ବାଇ: ବଲିଉଡ଼ର ଚୁଲବୁଲୀ ନାୟିକା ଆଲିୟା ଭଟ୍ଟ ଓ ଷ୍ଟାଇଲିସ୍ ଆକ୍ଟର୍ ରଣବୀର ସିଂହଙ୍କ ଅଭିନୀତ ‘ଗଲି ବୟ’ ଏବେ ବକ୍ସ ଅଫିସରେ କମାଲ୍ କରୁଛି । ଅନେକ ଦିନ ପରେ ଏହି ରୋମାଣ୍ଟିକ୍ ଯୋଡ଼ି ଏହି ଫିଲ୍ମରେ ସେମାନଙ୍କର ଭିନ୍ନ ଅନ୍ଦାଜର ଅଭିନୟରେ ଦର୍ଶକଙ୍କୁ ଆମୋଦିତ କରିପାରୁଛନ୍ତି ।

ଫେବୃଆରୀ ୧୪ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଖୁବ୍ ଶିଘ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରି ୧୦୦ କୋଟି କ୍ଲବରେ ସାମିଲ୍ ହେବାକୁ ଯାଉଛି । ଜୋୟା ଅଖତାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଗଲି ବୟ’ ଏବେ ଆଶାନୁରୁପ ସଫଳତା ହାସଲ କରିପାରିଛି ।ଏଥିରେ ବସ୍ତି ବାସିନ୍ଦା ବା ଜଣେ ଗଲି ବୟ ଭୁମିକାରେ ରଣବୀର ମୁରାଦ ନାମରେ ଅଭିନୟ କରିଛନ୍ତି । ଧରାଭୀ ବସ୍ତିରେ ମୁରାଦର ଏକ ଝିଅ ସହିତ ପ୍ରେମ ସମ୍ପର୍କ ସ୍ଥାପନ ହେବାପରେ ଘରଟିଏ ପାଇବାକୁ ଅନେକ କାମ କରିବାକୁ ପଡୁଛି ଏହି ଫିଲ୍ମଟିରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ।

ଆଲିୟା ଭଟ୍ଟ ଏହି ଫିଲ୍ମଟିରେ ତାଙ୍କର ସ୍ୱଭାବ ଚରିତ ନିଖୁଣ ଅଭିନୟ କରିବା ସହିତ ରଣବୀରଙ୍କ ସହ ଅନେକ ରୋମାଣ୍ଟିକ୍ ସିନରେ ଦେଖିବାକୁ ମିଳିଛି । ବଡ଼ ପରଦାରେ ଅନେକ ଦିନପରେ ଆଲିୟାଙ୍କ ଫିଲ୍ମ ଭଲ ସଫଳତା ହାସଲ କରିପାରିଛି ।

Leave A Reply

Your email address will not be published.