Latest Odisha News

BREAKING NEWS

ରାଜଧାନୀରେ ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା ଏହି ପ୍ରଦର୍ଶନୀକୁ ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟନ କରିଛନ୍ତି ।

ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, ମୟୁରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ,ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ମାଲକାନଗିରି ଓ କୋରାପୁଟ ।

ଚଳିତ ବର୍ଷ ଅନେକ ନୂତନ ଡ଼ିଜାଇନର ଦୀପ, ଫୁଲଦାନୀ, ଗୃହସଜ୍ଜା ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ମାଟି ଉପକରଣ ଏହି ମେଳାରେ ପ୍ରଦର୍ଶିତ ହୋଇଛି।

ଏହି ପ୍ରଦର୍ଶନୀ ମାଧ୍ୟମରେ ବିଗତ ବର୍ଷ ୧୧୨ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବାବେଳେ ଚଳିତ ବର୍ଷ ୧୨୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟେରାକୋଟା ସାମଗ୍ରୀ ବିକ୍ରୀ ହେବାର ଆକଳନ କରାଯାଇଅଛି ।

ମେଳା ପ୍ରତ୍ୟହ ଅ ପରାହ୍ନ ୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।

“ଟେରାକୋଟା’’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହାର ସାମଗ୍ରୀମାନ ପ୍ରାୟ ପ୍ରତି ଜିଲ୍ଲାରେ ପାରା ̧ରିକ କୁମ୍ଭକାର ଏବଂ ପ୍ରଶିକ୍ଷଣ ପ୍ରାପ୍ତ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ହେଉଅଛି । ଆମ ରାଜ୍ୟର ୧୦,୦୦୦ ରୁ ଉଦ୍ଧ୍ୱର୍ କାରିଗର ଟେରାକୋଟା କାମ କରି ବିଭିନ୍ନ ପାର ̧ରିକ, ଗୃହସଜ୍ଜା ଉ ପକରଣ ଓ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରୁଅଛନ୍ତି । କେତେକ ମୁଖ୍ୟ ଟେରାକୋଟା ପୁଞ୍ଜଗୁଡ଼ିକ ହେଲା ସୋନପୁର (ସୁବର୍ଣ୍ଣ ପୁର), ବର ପାଲି (ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋର୍ଦ୍ଧା), ଲୁଣୁକୁଆ (ଜଗତସିଂହପୁର), କୁସୁମି (କୋରାପୁଟ) ଇତ୍ୟାଦି । ଆମ ରାଜ୍ୟର ୩ ଜଣ ମୃତ୍ତିକା ହସ୍ତଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ଏବଂ ୧୮ ଜଣ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି ।

ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହସ୍ତ ଓ କୁଟୀର ଶିଳ୍ପ  ନିର୍ଦ୍ଦେଶିକା  ମୀନା କୁମାରୀ ବେହେରା, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ  ସତ୍ୟରଞ୍ଜନ ସାହୁ, ସ୍ୱତନ୍ତ୍ର ଅଧିକାରୀ  ସନାତନ ନାୟକ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.