Latest Odisha News

BREAKING NEWS

ଟ୍ରାଡ଼ିସନାଲ୍ ପଞ୍ଜାବୀ ସାଲୱାର୍ ସୁଟ୍ : ଲାଟେଷ୍ଟ୍ ଆରାମଦାୟକ ଆଉଟଫିଟ୍

ଭୁବନେଶ୍ୱର: ଫ୍ୟାଶନ୍ କହିଲେ ଏବେର ଆରାମଦାୟକ ଆଉଟଫିଟ୍ ବୁଝିବାକୁ ପଡ଼ିବ । ତେବେ କିଛିଟା ଟ୍ରାଡ଼ିସନାଲ୍ କପଡ଼ା କୌଣସି ବିଶେଷ ଅବସରରେ ପିନ୍ଧିବାର ସୁଯୋଗ ମିଳେ । ସାଲୱାର୍ ସୁଟ୍ କଥା ପଡ଼ିଲେ ପ୍ରଥମତଃ ପଞ୍ଜାବୀ ସୁଟ୍ ପ୍ରତି ସମସ୍ତଙ୍କର ବିଶେଷ ଆକର୍ଷଣ ଥାଏ । ଏହା ଯେକୌଣସି ଫିଗର୍କୁ ବି ମ୍ୟାଚ୍ କରେ । ତେଣୁ ସାମାନ୍ୟ ମୋଟା ଦିଶୁଥିବା ଝିଅମାନେ ଠିକ୍ ଫ୍ୟାବ୍ରିକ୍ ବାଛି ପତଳା ଦେଖାଯିବା ସହ ପତଳୀ ଝିଅମାନେ ବି ପରଫେକ୍ଟ ଫିଗର୍ ଭଳି ଦେଖାଯିବେ ।

– ପଞ୍ଜାବୀ କିମ୍ବା ପଟିଆଲା ସାଲ୍ୱାର୍ ସହ ଲମ୍ବା କୁର୍ତ୍ତୀ ଭଲ ଦିଶିବନି । ତେଣୁ ଆପଣଙ୍କ ଆଣ୍ଠୁର ସାମାନ୍ୟ ଉପର ପର୍ଯ୍ୟନ୍ତ ପଡ଼ୁଥିବା କୁର୍ତ୍ତୀ ତିଆରି କରନ୍ତୁ ।

– ଯଦି ଆପଣଙ୍କ ଫିଗର୍ ଭଲ ଅଛି ତାହେଲେ ସୁଟ୍-ସାଲ୍ୱାର୍ ପାଇଁ ହେଭୀ ଫ୍ୟାବ୍ରିକ୍ ବାଛନ୍ତୁ । ଯଦି ଓଜନ ସାମାନ୍ୟ ଅଧିକ ତାହେଲେ ହାଲ୍କା ଫ୍ୟାବ୍ରିକ୍ ପସନ୍ଦ କରିବା ଉଚିତ୍ । କିନ୍ତୁ ନେଟ୍ କିମ୍ବା ଟିସୁ ଫ୍ୟାବ୍ରିକ୍ ଆପଣଙ୍କ ପାଇଁ ଠିକ୍ ନୁହେଁ । ସେହିଭଳି ଯଦି ଅଧିକ ପତଳା ହୋଇଥାଆନ୍ତି ତାହେଲେ କର୍ଟନ୍ କିମ୍ବା ସିର୍ଫନ୍ ସୁଟ୍ ତିଆରି କରିବା ଭଲ ହେବ ।

– ଏମିତିରେ ବି ପଞ୍ଜାବୀ ସୁଟ୍ ଯେକୌଣସି ରଙ୍ଗର ହେଲେ ସୁନ୍ଦର ଦିଶେ । କିନ୍ତୁ ଯଦି ଆପଣ ପତଳା ଦେଖାଯିବାକୁ ଚାହୁଁଥାଆନ୍ତି ତେବେ ମେରୁନ୍, ବ୍ଲୁ ଭଳି ଡାର୍କ କଲର୍ ଚୟନ କରନ୍ତୁ । ଫିଗର୍ ଭଲ ଏବଂ ଗୋରା ଥିଲେ ପିଚ୍, ଲାଇଟ୍ ବ୍ଲୁ, ଅରେଞ୍ଜ୍ କଲର୍ ପସନ୍ଦ କରନ୍ତୁ, ଏହା ଆପଣଙ୍କୁ ଖୁବ୍ ମାନିବ । ଯଦି ଶ୍ୟାମଳ ରଙ୍ଗର ହୋଇଥାଆନ୍ତି ତାହେଲେ ଅଧିକ ଡାର୍କ କଲର୍ ଥିବା ସୁଟ ଆପଣଙ୍କ ପାଇଁ ସଠିକ୍ ନୁହେଁ ।
– ପଞ୍ଜାବୀ ସୁଟ୍ ପାଇଁ ହାତର ଲେନ୍ଥ କେତେ ରଖିବେ ତାହା ଆପଣଙ୍କ ଫିଗର୍ ଉପରେ ନିର୍ଭର କରୁଛି ।

ଅର୍ଥାତ୍ ହାତ ଯଦି ସାମାନ୍ୟ ମୋଟା ଥିବ ତାହେଲେ ସ୍ଲିଭ୍ଲେସ୍ ସୁଟ୍ କରନ୍ତୁ ନାହିଁ ।

ମାତ୍ର ପତଳା ହୋଇଥିଲେ ଯେକୌଣସି ଡିଜାଇନର ହାତ କରିପାରିବେ ।

– ପଞ୍ଜାବୀ ସୁଟ୍ରେ ନେକ୍ ପ୍ୟାର୍ଟନ୍କୁ ବି ଗୁରୁତ୍ୱ ଦିଆଯାଇଥାଏ ।

ମାତ୍ର ଏହା ଆପଣଙ୍କ ବେକର ମୋଟାଇ ଉପରେ ହିଁ ନିର୍ଭର କରେ । ଆପଣଙ୍କ ବେକ ଲମ୍ବା ବେକ ହୋଇଥିଲେ ଡିପ୍ ନେକ୍ ଏବଂ କାର୍ଲର୍ ସାର୍ଟ କରନ୍ତୁ । କିନ୍ତୁ ଛୋଟ ବେକ ହୋଇଥିଲେ ଅନ୍ୟ କୌଣସି ଡିଜାଇନ୍ ଭଲ ଲାଗିବ ।

Leave A Reply

Your email address will not be published.