Latest Odisha News

BREAKING NEWS

ରାଜ୍ୟରେ ଆଉ ୧୦୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ, ପୁଣି ସୁସ୍ଥ ହୋଇ ଫେରଛନ୍ତି ଆଉ ୧୦୦ କରୋନା ଆକ୍ରାନ୍ତ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୩, ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସେହିପରି ଅନୁଗୁଳରୁ ୮, ପୁରୀରୁ ୬, ବରଗଡ଼, ଭଦ୍ରକ, କେନ୍ଦୁଝର ଓ ନୂଆପଡ଼ାରୁ ୫ ଜଣ ଲେଖାଏଁ, ଦେବଗଡ଼ ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, ବାଲେଶ୍ବର, କନ୍ଧମାଳ, ସମ୍ବଲପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇ ଫେରିଲେଣି ୩ ଲକ୍ଷ ୩୩ ହଜାର ୮୮୮ ଜଣ ଆକ୍ରାନ୍ତ ।

Comments are closed.