Latest Odisha News

BREAKING NEWS

ସୁସ୍ଥ ହୋଇ ଫେରିଲେ ଆଉ ୧୦ ହଜାର ୪୦୫ କୋଭିଡ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାର ୪୦୫ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୪୯ ଜଣ ଥିବା ବେଳେ, କଟକରୁ ୯୫୪ ଓ ଅନୁଗୁଳରୁ ୯୦୮ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୦୫, ମୟୂରଭଞ୍ଜରୁ ୫୬୪, ଯାଜପୁରରୁ ୪୯୫, ଭଦ୍ରକରୁ ୪୮୨, ପୁରୀରୁ ୪୭୨, ସମ୍ବଲପୁରରୁ ୩୫୪, ବରଗଡ଼ରୁ ୩୩୧, ଜଗତସିଂହପୁରରୁ ୩୦୯, କେନ୍ଦ୍ରାପଡ଼ାରୁ ୩୦୫, ବଲାଙ୍ଗିରରୁ ୨୭୪, ନବରଙ୍ଗପୁରରୁ ୨୫୫, କୋରାପୁଟରୁ ୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଗଞ୍ଜାମରୁ ୨୪୨ ଜଣ ସୁସ୍ଥ ହୋଇଥିବା ବେଳେ, ବୌଦ୍ଧରୁ ୨୦୦, ନୟାଗଡ଼ରୁ ୧୯୦, ଝାରସୁଗୁଡ଼ାରୁ ୧୮୬, ବାଲେଶ୍ବରରୁ ୧୮୧, ରାୟଗଡ଼ାରୁ ୧୭୨, ଢେଙ୍କାନାଳରୁ ୧୫୫, କେନ୍ଦୁଝରରୁ ୧୪୯, ସୋନପୁରରୁ ୧୨୩, ଦେବଗଡ଼ରୁ ୧୦୬, ମାଲକାନଗିରିରୁ ୧୦୨, କନ୍ଧମାଳରୁ ୮୨, ଗଜପତିରୁ ୬୮, ନୂଆପଡ଼ାରୁ ୫୧, କଳାହାଣ୍ଡିରୁ ୩୬ ଓ ଷ୍ଟେଯ୍ ପୁଲରୁ ୨୫୪ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୮୦ ହଜାର ୯୩୨ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.