Latest Odisha News

BREAKING NEWS

ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର : ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଳାଣି ଜନଜୀବନ । ଏହାରି ଭିତରେ ଆଜି ରାଜ୍ୟର ୭ ସହରରେ ୪୦ ଡିଗଗ୍ରୀ ଟପିଛି ପାରଦଦ । ତେବେ ଟିଟିଲାଗଡ଼ରେ ପାରଦ ଆଜି ବି ଉଚ୍ଚରେ ରହିଛି । ଏଠାରେ ପାରଦ ଛୁଇଁଛି ୪୧.୨ ଡିଗ୍ରୀ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୫.୨ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୪, କଟକରେ ୩୬.୫, ପାରାଦୀପରେ ୩୨.୬, ଭୁବନେଶ୍ବରରେ ୩୭.୧, ଗୋପାଳପୁରରେ ୩୩.୩, ପୁରୀରେ ୩୪, ଅନୁଗୁଳରେ ୩୮.୭, ବାରିପଦାରେ ୩୫, ଝାରସୁଗୁଡ଼ାରେ ୩୯.୪, କେନ୍ଦୁଝରରେ ୩୫.୮, ସମ୍ବଲପୁରରେ ୪୦.୪୮, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୯.୪, ତାଳଚେରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୪୦.୪, କୋରାପୁଟରେ ୩୬, ଫୁଲବାଣୀରେ ୩୮.୫, ମାଲକାନଗିରିରେ ୪୦.୫, ସୋନପୁରରେ ୪୧, ଦାରିଙ୍ଗବାଡିରେ ୩୪, ନୟାଗଡ଼ରେ ୩୮.୨, ବୌଦ୍ଧରେ ୪୦, ଛତ୍ରପୁରରେ ୩୩.୮, ପାରଳାଖେମୁଣ୍ଡିରେ ୩୬.୫ ଓ ରାୟଗଡ଼ାରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି

Leave A Reply

Your email address will not be published.