Latest Odisha News

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାର ୬୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ପ୍ରତିଦିନ ପଜିଟିଭ୍ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୬୩୫ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖଷାର୍ଦ୍ଧାରୁ ସର୍ବାଧିକ ୧୦୨୭ ଜଣ ଥିବା ବେଳେ, କଟକରୁ ୯୩୬ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୩୦, ଯାଜପୁରରୁ ୭୫୪, ଅନୁଗୁଳରୁ ୫୦୩, ସମ୍ବଲପୁରରୁ ୪୯୪, ପୁରୀରୁ ୪୭୨, ଭଦ୍ରକରୁ ୪୪୨, ମୟୂରଭଞ୍ଜରୁ ୪୩୮, ବରଗଡ଼ରୁ ୩୯୫, ବାଲେଶ୍ବରରୁ ୩୫୪, ଝାରସୁଗୁଡ଼ାରୁ ୩୪୦, ବଲାଙ୍ଗିରରୁ ୨୮୯, ନବରଙ୍ଗପୁରରୁ ୨୭୧, କୋରାପୁଟରୁ ୨୭୦, ନୟାଗଡ଼ରୁ ୨୬୫, ଢେଙ୍କାନାଳରୁ ୨୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ସୋନପୁରରୁ ୨୫୪ ଜଣ ସୁସ୍ଥ ହୋଇଥିବା ବେଳେ, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୪୧, ନୂଆପଡ଼ାରୁ ୨୧୮, ଜଗତସିଂହପୁରରୁ ୧୯୯, ରାୟଗଡ଼ାରୁ ୧୬୯, କେନ୍ଦୁଝରରୁ ୧୬୭, କେନ୍ଦ୍ରାପଡ଼ାରୁ ୧୫୩, କଳାହାଣ୍ଡିରୁ ୧୨୩, ଦେବଗଡ଼ରୁ ୧୦୬, କନ୍ଧମାଳରୁ ୮୧, ଗଜପତିରୁ ୭୦, ମାଲକାନଗିରିରୁ ୬୯ ଓ ଷ୍ଟେଟ୍ ପୁଲରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୨୩ ହଜାର ୬୨୮ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.