Latest Odisha News

BREAKING NEWS

କିମ ଜୋଙ୍ଗ ଭଉଣୀଙ୍କ ନୃଶଂସପଣିଆ

ପ୍ୟୋୟାଙ୍ଗୟାଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ନୃଶଂସପଣିଆ ଏବେ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ନିକଟରେ ଦେଖିବାକୁ ମିଳୁଛି । କିଛି କ୍ଷମତା ପାଇବା ପରେ ସେ ଏବେ ଶୀର୍ଷ ଅଧିକାରୀଙ୍କୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅର୍ଥରେ ଯିଏ ବି ସେମାନଙ୍କ କ୍ଷମତାରେ ପ୍ରତିବନ୍ଧକ ଭାବେ ଉଭା ହେଉଛି ସେ ମୃତ୍ୟୁବରଣ କରୁଛି । ସେନାର ୧୦ କମାଣ୍ଡୋଙ୍କ ହତ୍ୟା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ସେମାନେ ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା ।

କିମ ଜୋଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ନ ଥିବାରୁ ଭଉଣୀଙ୍କୁ ସାମ୍ନାକୁ ଆଣିଛନ୍ତି । ଦକ୍ଷିଣ କୋରିଆର କେତେକ ଅଧିକାରୀଙ୍କ ମତରେ ଳଯେତେଦୂର ସମ୍ଭବ କିମ ୟୋ ଦେଶର ଶାସକ ଦାୟିତ୍ୱ ନେବେ । ଉତରକୋରିଆର କୌଣସି ଖବର ବାହାରେ ପ୍ରକାଶ କରାଯାଉ ନ ଥିବାରୁ ଏହାର ସତ୍ୟତା ନେଇ ବେଳେ ବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଦକ୍ଷିଣ କୋରିଆର ଗୋଇନ୍ଦା ବିଭାଗ କିନ୍ତୁ ଉତର କୋରିଆ ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବାରୁ କିଛି ତଥ୍ୟ ସାମ୍ନାକୁ ଆସି ପାରୁଛି । ରିପୋର୍ଟ ମୁତାବକ ଇତି ମଧ୍ୟରେ ଅନେକ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ ଦିଆଯାଇଛି ।

Leave A Reply

Your email address will not be published.