Latest Odisha News

ସକାଳେ ୧୭୩ ପଜିଟିଭ, ମଧ୍ୟାହ୍ଣରେ ୧୧୨ ସୁସ୍ଥ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଶନିବାର ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ୩୩ ଜଣ ଅଛନ୍ତି । ସେହିପରି ବଲାଙ୍ଗୀରରୁ ୧୬ ଓ ଯାଜପୁରରୁ ୧୧ ଜଣ ରହିଛନ୍ତି । ସୁନ୍ଦରଗଡରୁ ୧୦, ଜଗତସିଂପୁରରୁ ୮, ଗଞ୍ଜାମରୁ ୭, ଖୋର୍ଦ୍ଧାରୁ ୭. କଟକ ଓ ସୋନପୁରରୁ ୪ଜଣ ଲେଖାଏଁ ଏବଂ ବାଲେଶ୍ୱର, ପୁରୀ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ନୟାଗଡର ୨ ଜଣ ଓ ମୟୂରଭଞ୍ଜର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୭୧୬ ଆକ୍ରାନ୍ତ ସୁସ୍ଥ ହେଲେଣି ।

ଶନିବାର ରାଜ୍ୟରେ ଆଉ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Comments are closed.