Latest Odisha News

ବନ୍ଦ ହେବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ: ସମୀର ଦାଶ 

ଭୁବନେଶ୍ୱର: ବନ୍ଦ ହେବନି ୨୦ ଜଣରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ  । ପୂର୍ବବର୍ଷ ଯେଉଁ ସ୍କୁଲରେ ସବୁ ଆଡ଼ମିଶନ ହୋଇଥିଲା, ଚଳିତବର୍ଷ ମଧ୍ୟ ସେସବୁ ସ୍କୁଲରେ ନାମଲେଖା ହେବ  । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ଜୁନ ୮ ତାରିଖରୁ ଜୁଲାଇ ୧୫ ପର୍ଯ୍ୟନ୍ତ ସ୍କୁଲମାନଙ୍କରେ ନାମଲେଖା ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ  ।

ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୭ରୁ ୯ଟା ୩୦ ମଧ୍ୟରେ ସ୍କୁଲମାନଙ୍କରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ  । ମାତ୍ର ଏହି ସମୟରେ ସାମାଜିକ ଦୂରତା ରକ୍ଷା ସହ ସମସ୍ତେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ରହିଛି କଡ଼ା ନିର୍ଦ୍ଦେଶ  । ଏକ ସମୟରେ ୫ରୁ ଅଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ  । ସେହିଭଳି ବିଦ୍ୟାଳୟର ସମସ୍ତ ନିର୍ଦ୍ଦେଶାବଳୀ ନୋଟିସବୋର୍ଡରେ ଉଲ୍ଲେଖ ରଖିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ  ।

ଚଳିତବର୍ଷଠାରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲମାନଙ୍କୁ ବନ୍ଦ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  । ମାତ୍ର କରୋନା ମହାମାରୀ ଲାଗି ଏବେ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି  ।

Leave A Reply

Your email address will not be published.