ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହାସହ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୨୪୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୦୧ ଜଣ ଥିବା ବେଳେ, ଅନୁଗୁଳରୁ ୧୦୬୦ ଓ ଢେଙ୍କାନାଳରୁ ୧୦୦୯ ଜଣ ଅଛନ୍ତି । ସେହିପରି କଟକରୁ ୯୬୭, ସୁନ୍ଦରଗଡ଼ରୁ ୬୯୭, କେନ୍ଦ୍ରାପଡ଼ାରୁ ୪୮୬, ଭଦ୍ରକରୁ ୪୫୪, ନୟାଗଡ଼ରୁ ୪୦୮, କଳାହାଣ୍ଡିରୁ ୩୪୯, ବୌଦ୍ଧରୁ ୩୪୫, ସମ୍ବଲପୁରରୁ ୩୧୮, ଯାଜପୁରରୁ ୩୧୫, ବାଲେଶ୍ବର ଓ ନବରଙ୍ଗପୁରରୁ ୨୮୪ ଜଣ ଲେଖାଏଁ, ପୁରୀରୁ ୨୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ବରଗଡ଼ରୁ ୨୪୯ ଜଣ ସୁସ୍ଥ ହୋଇଥିବା ବେଳେ, ରାୟଗଡ଼ାରୁ ୨୩୪, କୋରାପୁଟରୁ ୨୧୦, ଜଗତସିଂହପୁରରୁ ୨୦୦, ଝାରସୁଗୁଡ଼ାରୁ ୧୮୭, ଗଞ୍ଜାମରୁ ୧୫୦, ବଲାଙ୍ଗିରରୁ ୧୪୧, ମାଲକାନଗିରିରୁ ୧୧୩, କନ୍ଧମାଳରୁ ୧୦୯, ସୋନପୁରରୁ ୧୦୬, ଗଜପତିରୁ ୯୨, ଦେବଗଡ଼ରୁ ୭୩, ନୂଆପଡ଼ାରୁ ୬୬, ମୟୂରଭଞ୍ଜରୁ ୨୮, କେନ୍ଦୁଝରରୁ ୧୨ ଓ ଷ୍ଟେଟ୍ ପୁଲରୁ ୩୩୭୮ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୭ ଲକ୍ଷ ୨୪ ହଜାର ୪୦୨ ଜଣ ଆକ୍ରାନ୍ତ ।
Comments are closed.