Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଆତଙ୍କ । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ହେଲେ ଆଜି ସଂକ୍ରମଣରେ ଲାଗିଛି ବଡ଼ ଧରଣର ବ୍ରେକ୍ । ସବୁବେଳେ ୧୦ ହଜାର ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଏହି ସଂଖ୍ୟା ହ୍ରାସ ପାଇଛି । ହେଲେ ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୫୫୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୩୫ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୮୧୯, କଟକରୁ ୭୦୯, ସମ୍ବଲପୁରରୁ ୬୯୬, ଯାଜପୁରରୁ ୬୯୫, କଳାହାଣ୍ଡିରୁ ୫୯୫, ଅନୁଗୁଳରୁ ୫୮୮, ମୟୂରଭଞ୍ଜରୁ ୪୯୫, ନବରଙ୍ଗପୁରରୁ ୪୦୫, ଗଞ୍ଜାମରୁ ୩୬୮, ପୁରୀରୁ ୩୫୪, ଭଦ୍ରକରୁ ୩୪୯, କୋରାପୁଟରୁ ୩୨୧, ବରଗଡ଼ରୁ ୩୧୮, ଜଗତସିଂହପୁରରୁ ୩୦୬, ବଲାଙ୍ଗିରରୁ ୨୮୮, କେନ୍ଦୁଝରରୁ ୨୭୩, ବାଲେଶ୍ବରରୁ ୨୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ନୟାଗଡ଼ରୁ ୨୬୩ ଜଣ ସୁସ୍ଥ ହୋଇଥିବା ବେଳେ, ଝାରସୁଗୁଡ଼ାରୁ ୨୬୨, ସୋନପୁରରୁ ୨୪୮, ରାୟଗଡ଼ାରୁ ୨୨୭, ବୌଦ୍ଧରୁ ୨୧୨, କେନ୍ଦ୍ରାପଡ଼ାରୁ ୨୦୨, ନୂଆପଡ଼ାରୁ ୧୩୬, ଦେବଗଡ଼ରୁ ୧୨୧, ମାଲକାନଗିରିରୁ ୧୦୭, ଢେଙ୍କାନାଳରୁ ୯୧, ଗଜପତିରୁ ୮୬, କନ୍ଧମାଳରୁ ୬୭ ଓ ଷ୍ଟେଟ୍ ପୁଲରୁ ୨୪୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୩୫ ହଜାର ୧୭୯ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.