Latest Odisha News

BREAKING NEWS

ବନ୍ୟାଜଳରେ ଭାସିଗଲେ ଦୁଇଜଣ, ଉଦ୍ଧାର ୬ଜଣ

ମୟୁରଭଂଜ: ବାତ୍ୟା “ୟାସ୍‌” ଦେଖାଇଥିଲା ଭୟାନକ ରୂପ । ଆଉ ଏବେ ବନ୍ୟା ସ୍ଥିତି ଲୋକଙ୍କ ମନରେ ସୃଷ୍ଟି କରିଛି କୋକୁଆ ଭୟ । ବର୍ଷା ଓ ସମୁଦ୍ର ଜଳ ଅନେକ ଗାଁକୁ ଜଳବନ୍ଦୀ କରିଛି । ଏପରି ସ୍ଥିତିରେ ମୟୁରଭଂଜ ସାରସକଣା ତଟାସାହି ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା ।

ସୁବର୍ଣ୍ଣରେଖା ନଦୀରେ ଫସି ରହିଥିଲେ ୬ଜଣ । ହେଲେ ତଟାସାହି ବାସିନ୍ଦାଙ୍କ ସାହାସ ୬ଜଣଙ୍କ ଜୀବନ ବଂଚାଇଥିବାବେଳେ ୨ଜଣ ଅଜଣା ବ୍ୟକ୍ତି ନଦୀରେ ଭାସିଯାଇଥିବା ସୂଚନା ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସଂଧ୍ୟା ପୂର୍ବରୁ ୬ଜଣ ଲୋକ ନଦୀ ଭିତରେ ରହିଯାଇଥିବା ନିଜ ଡଙ୍ଗାକୁ ଆଣିବା ପାଇଁ ଯାଇଥିଲେ । ହେଲେ ନଦୀରେ ହଠାତ୍ ପାଣି ବଢିଯିବାରୁ ସେମାନେ ଫେରିବାକୁ ସକ୍ଷମ ହୋଇପାରିନଥିଲେ ।

ବିପଦରୁ ରକ୍ଷା ପାଇବା ପାଇଁ ନଦୀରେ ଫସି ରହିଥିବା ଲୋକେ ଡାକ ପକାଇବାରୁ ଗାଁ ଲୋକେ ଏକଜୁଟ୍ ହୋଇ ରସି ସହାୟତାରେ ୬ଜଣଙ୍କୁ ଉଦ୍ଧାର କରିଥିଲେ । ହେଲେ ସେହି ସମୟରେ ଅନ୍ୟ ଦୁଇଜଣ ଅଜଣା ଲୋକ ନଦୀ ଜଳରେ ଭାସିଯାଇଥିଲେ । ତେବେ ସେ ଦୁଇଜଣଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

Leave A Reply

Your email address will not be published.