Latest Odisha News

BREAKING NEWS

କମୁଛି ଜଳସ୍ତର, ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ୧୨ଟି ଗେଟ୍‌ । ବର୍ତ୍ତମାନ ମୋଟ ୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ବନ୍ଦ କରାଗଲା ଗେଟ୍‌ ।

ଖବର ମୁତାବକ, ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳ ସ୍ତର ବଢିବାରେ ଲାଗିଥିଲା । ଯାହାକୁ ନେଇ ଗତ ମଙ୍ଗଳବାର ୧୪ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଉକ୍ତ ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୭ ଫୁଟ୍ ରହିଥିଲା ।

ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୨ ଲକ୍ଷ ୧୭ ହଜାର ୧୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ, ଡ୍ୟାମ୍ ଭିତରୁ ୨ ଲକ୍ଷ ୫୫ ହଜାର ୭୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଆଜି ଡ୍ୟମ୍‌ର ୧୨ଟି ଗେଟ୍ ବନ୍ଦ କରାଯାଇଛି । ତେଣୁ ଏବେ କେବଳ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

Comments are closed.