Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । କିନ୍ତୁ ଏହାରି ଭିତରେ ଆସିଛି ଏକ ଖୁସି ଖବର । ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୩୦୩ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ନୂଆପଡ଼ାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୪୯ ଜଣ, ସୁନ୍ଦରଗଡ଼ରୁ ୧୩୧, ଅନୁଗୁଳରୁ ୭୩, କେନ୍ଦୁଝରରୁ ୬୪, ବରଗଡ଼ ଓ ଗଞ୍ଜାମରୁ ୫୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୫୨, କଟକରୁ ୫୦, ସମ୍ବଲପୁରରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ପୁରୀରୁ ୪୫ ଜଣ ସୁସ୍ଥ ହୋଇଥିବା ବେଳେ, ବଲାଙ୍ଗିର ଓ ରାୟଗଡ଼ାରୁ ୪୪ ଜଣ ଲେଖାଏଁ, କଳାହାଣ୍ଡିରୁ ୪୩, ଝାରସୁଗୁଡ଼ାରୁ ୩୨, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ବାଲେଶ୍ବରରୁ ୨୨, ଭଦ୍ରକରୁ ୧୭, ଗଜପତିରୁ ୧୪, ନୟାଗଡ଼ରୁ ୧୦, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, ଜଗତସିଂହପୁରରୁ ୭, ଦେବଗଡ଼ରୁ ୬, କୋରାପୁଟ ଓ ସୋନପୁରରୁ ୪ ଜଣ ଲେଖାଏଁ, ମାଲକାନଗିରିରୁ ଜଣେ ଓ ଷ୍ଟେଟ୍ ପୁଲରୁ ୩୨ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୨୨ ହଜାର ୮୨୫ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.