Latest Odisha News

BREAKING NEWS

୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ ଭାରତର ମହିଳା, ପୁରୁଷ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଯଦି କ୍ରିକେଟ ଖେଳକୁ ସାମିଲ କରାଯିବ ତାହାହେଲେ ଭାରତ ଉଭୟ ପୁରୁଷ ଏବଂ ମହିଳା ଟିମ୍ ପଠାଇବା ପାଇଁ ନିଷ୍ପତି ନେଇଛି । ଶୁକ୍ରବାର ବିସିସିଆଇର ଭର୍ଚୁଆଲ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଏହି ଅବସରରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ୨୦୨୧ ଶେଷ ଆଡକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବ ।

ମହିଳା ଟିମ୍ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଅଂଶଗ୍ରହଣ କରିବ । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଜୋର ସୋରରେ ଉଦ୍ୟମ କରାଯାଉଛି । ଯଦି ଏହା ହୁଏ ତାହାହେଲେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ ହେବ ବୋଲି ସିନିୟର କ୍ରିକେଟରମାନେ କହିଛନ୍ତି ।

Leave A Reply

Your email address will not be published.