Latest Odisha News

ସୁସ୍ଥ ହେଲେ ଆଉ ୧୫୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ ଜଣ ଅଛନ୍ତି ।ସେହିପରି ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୋର୍ଧାର ୧୨, ଭଦ୍ରକର ୧୧ ଓ ଗଜପତିର ୯ ଜଣ ରହିଛନ୍ତି  ।

ସେହିପରି କଳାହାଣ୍ଡିର ୭, ବାଲେଶ୍ୱର, ଦେବଗଡ, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡର ୫ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି । ଏତତ୍ ବ୍ୟତୀତ ବଲାଙ୍ଗୀର, ଝାରସୁଗୁଡା ଓ ନୟାଗଡର ୨ ଜଣ ଲେଖାଏଁ ଓ କୋରାପୁଟର ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଶୁକ୍ରବାର ଆଉ ୧୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.