Latest Odisha News

BREAKING NEWS

ରଥଯାତ୍ରାକୁ ନେଇ ପୁଣି ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାଖଲ ହୋଇଛି । ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ମୋଡିଫିକେସନ୍ ପିଟିସନ ଦାୟର ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍ ହୁସେନ୍ ପିଟିସନ ଦାୟର କରିଛନ୍ତି ।

କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ । ସାରା ରାଜ୍ୟରେ ରଥଯାତ୍ରା ନହେଲେ ଚଳିବ । କିନ୍ତୁ ପୁରୀରେ ନହେଲେ ଚଳିବ ନାହିଁ । ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରିବା ପାଇଁ ଅନୁମତି ଦିଆଯାଉ । ପୁରୀରେ ବର୍ତ୍ତମାନ ୧୧୭୨ ଜଣ ସେବାୟତ ଅଛନ୍ତି । ସମସ୍ତ ସେବାୟତ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ସମାଜିକ ଦୂରତାମାନି କେବଳ ସେବାୟତଙ୍କୁ ନେଇ ରଥଯାତ୍ରା କରାଯାଉ ବୋଲି ପିଟିସନରେ କୁହାଯାଇଛି ।

ଚଳିତ ବର୍ଷ ବଡଦାଣ୍ଡରେ ବଡଠାକୁରଙ୍କ ରଥ ଗଡିବନି । ହେବନି ରଥଯାତ୍ରା । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ, ସଂଧ୍ୟାରେ ପୁଣି ଥରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ପ୍ରଥମ ପର୍ଯ୍ୟାୟ ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

Leave A Reply

Your email address will not be published.