Latest Odisha News

BREAKING NEWS

ହାତୀ ପଲକୁ ଟ୍ରେନ୍‌ ଧକ୍କା ଦେବା ଘଟଣା: ୨ଟି ହାତୀ ଗୁରୁତର

ରାଉରକେଲା: ହାତୀ ପଲକୁ ଟ୍ରେନ୍‌ ଧକ୍କା ଦେବା ଘଟଣା l ଟ୍ରେନ୍‌ ଧକ୍କାରେ ଆଉ ୨ଟି ହାତୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି l ତେବେ ଗୁରୁତର ହାତୀ ଦୁଇଟି ଜଙ୍ଗଲକୁ ଯାଇନପାରି ବନ୍ଧମୁଣ୍ଡାରେ ରହିଛନ୍ତି l ଆହତ ହାତୀ ଦ୍ବୟଙ୍କ ପାଖରେ ପହଞ୍ଚିବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି l

ସୂଚନା ଅନୁସାରେ, ଗତକାଲି ରାତିରେ ୨୫ଟିକିଆ ହାତୀପଲ ବନ୍ଧୋମୁଣ୍ଡା ଅଞ୍ଚଳକୁ ପଶି ଆସିଥିଲେ। ହାତୀ ପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଟର୍ଚ ଲାଇଟ୍ ମାରି ଘଉଡ଼ାଉଥିଲେ। ଭୟରେ ହାତୀପଲ ଟ୍ରେନ୍ ଲାଇନ୍ ଆଡକୁ ଦୌଡୁଥିବା ବେଳେ ଏକ ମାଲବାହୀ ଟ୍ରେନ୍ ଆସି ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ କିଛି ହାତୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନ ନିକଟରେ ପଡିଥିବା ଛୁଆ ହାତୀର ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିଲା l ଏବେ ବାକି ୨ ହାତୀଙ୍କ ଗୁରୁତର ନେଇ ଖବର ଆସୁଥିବା ବେଳେ ପଲରେ ଥିବା ଅନ୍ୟ ହାତୀମାନେ ଜଙ୍ଗଲକୁ ପଳାଇଥିବା ନେଇ ସୂଚନା ଦେଇଛି ବନବିଭାଗ l

Leave A Reply

Your email address will not be published.