Latest Odisha News

BREAKING NEWS

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୧୫ ଜଣ, ସଂକ୍ରମଣ ଭଳି ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଆଜି କରୋନାରୁ ୨୧୫ ଜଣ ସୁସ୍ଥ ଲାଭ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଓ ନୂଆପଡ଼ା ଜିଲ୍ଲାରୁ ୨୦ ଜଣ ଲେଖାଏଁ, କଳାହାଣ୍ଡିରୁ ୧୨ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ, ସମ୍ବଲପୁରରୁ ୧୧ ଜଣ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୧୦ ଜଣ ଲେଖାଏଁ, ବଲାଙ୍ଗିରରୁ ୯ ଜଣ, ବରଗଡ଼ରୁ ୮ ଜଣ, ବାଲେଶ୍ୱର ଓ ଗଞ୍ଜାମରୁ ୬ ଜଣ ଲେଖାଏଁ, ଯାଜପୁର-କେନ୍ଦୁଝର ଓ ପୁରୀରୁ ୫ ଜଣ ଲେଖାଏଁ, ଜଗତସିଂହପୁରରୁ ୪ ଜଣ, ଅନୁଗୁଳରୁ ୩ ଜଣ, ଢ଼େଙ୍କାନାଳ-କେନ୍ଦ୍ରାପଡ଼ା ଓ କୋରାପୁଟରୁ ୨ ଜଣ ଲେଖାଏଁ, ରାୟଗଡ଼ାରୁ ଜଣେ ଓ ଷ୍ଟେଟ୍ ପୁଲରୁ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୨୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ୩୮ ହଜାର ୧୫୦ରେ ପହଞ୍ଚିଛି । ଏବେ ରାଜ୍ୟରେ ୩ ହଜାର ୧୪୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.