Latest Odisha News

BREAKING NEWS

୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ “ପରୀ” ମାମଲାର ଶୁଣାଣୀ ହେବ । ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଥିବା ବେଳେ ସୁପ୍ରିମ୍‌କୋର୍ଟରେ ଏହାର ତଦନ୍ତ ହୋଇ ଏପ୍ରିଲ୍ ୧୯ରେ ଶୁଣାଣି ହେବ । ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । 

ଏସ୍‌ଆଇଟିର ତଦନ୍ତ ପ୍ରକ୍ରିୟା ଉପରେ ବିଶ୍ବାସ ନଥିବା ପରୀର ମାଆ-ବାପା କହିଛନ୍ତି । ଏସ୍‌ଆଇଟି ବଦଳରେ ସିବିଆଇ ତଦନ୍ତ କରିବା ଦାବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ମାଆ । କୋର୍ଟ ମାମଲାକୁ ଗୁରୁତର ସହ ନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରକୁ ମହଲତ ଦେଇଥିଲେ । ଚାରି ସପ୍ତାହ ମଧ୍ୟରେ ସବୁ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ ।

୬ ମାସ ତଳେ ନୟାଗଡ଼ର ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରିଥିଲା ।

ପୋଲିସ ପ୍ରଶାସନଠାରୁ ନିରାଶ ହୋଇ ‘ପରୀ’ର ବାପା-ମାଆ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାପରେ ଏସ୍‌ଆଇଟି ତଦନ୍ତ କରି ପରୀ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରିଥିଲା । ଏବେ ଅଭିଯୁକ୍ତ ନାବାଳକ ଅନୁଗୋଳ ସୁଧାର ଗୃହରେ ରହିଛି ।

Leave A Reply

Your email address will not be published.