Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୨୪୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ନୂଆପଡ଼ାରୁ ସର୍ବାଧିକ ୭୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୩୫, ବରଗଡ଼ରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗିର, ପୁରୀ, ସୁନ୍ଦରଗଡ଼ରୁ ୯ ଜଣ ଲେଖାଏଁ, ବାଲେଶ୍ବର ଓ କଳାହାଣ୍ଡିରୁ ୮ ଜଣ ଲେଖାଏଁ, ନବରଙ୍ଗପୁରରୁ ୬ ଜଣ, ମୟୂରଭଞ୍ଜ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଯାଜପୁର ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ, ଅନୁଗୁଳ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଜଗତସିଂହପୁର ଓ କନ୍ଧମାଳରୁ ୨ ଜଣ ଲେଖାଏଁ, କୋରାପୁଟ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୮ ହଜାର ୬୬୨ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.