Latest Odisha News

BREAKING NEWS

ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ମୋ ବ।ପାଙ୍କୁ ଜଲ୍‌ଦି ଫେରାଇ ଆଣ.. . .କୋହଭରା କଣ୍ଠରେ ଆକୁଳ ହୋଇ କାନ୍ଦୁଛି କୁନି ଝିଅ । କିଛି ଦିନ ହେଲା ବ।ପାଙ୍କୁ ନଦେଖି ଝିଅର ଆଖିରେ ଲୁହ ରହୁନି । ସେପଟେ ଛାତିକୁ ପଥର କରି ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । କେବେ ଫେରିବ ତାର ଅଲିଅଳ ପୁଅ , ଦିନ ବିତିଗଲାଣି ହେଲେ ପୁଅ ଫେରୁନି । ସରକାରକୁ ଗୁହାର ଲଗେଇ ଶେଷରେ ରାସ୍ତାରେ ବସି ମା’ର ଆକୁଳ ଚିତ୍କାର  “ମୋ ପୁଅକୁ ଫେରାଇ ଆଣ” ।
ନକ୍ସଲଙ୍କ କବଜାରେ ଯବାନ ରାକେଶ୍ୱର ସିଂ ମାନହାସ । ବିଜାପୁର ଟେକେଲଗୁଡା ଅଞ୍ଚଳରେ ନକ୍ସଲଙ୍କ ସଂହାର ଲୀଳା ବେଳେ ଜଣେ ଯବାନଙ୍କୁୁ କିଡନା୍ପ କରି ସାଙ୍ଗରେ ନେଇ ଯାଇଥିଲେ । ସେବେଠୁ ଚାଲିଛି ହଟଚମଟ । ଅପହୃତ କୋବ୍ରା ଜବାନଙ୍କ ଖୋଜଖବର ନଥିବା ବେଳେ ଶେଷରେ ଯବାନ ରାକେଶ୍ୱର ସିଂ ମାନହାସଙ୍କ ଫଟୋ ଜାରି ହୋଇଛି । ରାକେଶ୍ୱର ସୁରକ୍ଷିତ ଥିବା ସ୍ପଷ୍ଟ କରିଛି ମାଓ ସଙ୍ଗଠନ । ମାଓ ସଙ୍ଗଠନ ପକ୍ଷରୁ ଦୁଇ ପୃଷ୍ଠାର ଚିଠି ମଧ୍ୟ ଜାରି ହୋଇଛି । ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରିଲେ ସେହି ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବାନଙ୍କୁ ପୁଲିସ ପାଖରେ ଛାଡିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସେପଟେ ଅହୃତ ଯବାନଙ୍କ ପରିବାର ଭୟ ଭିତରେ ରହିଛନ୍ତି । ଫଟୋ ଜାରି ହେବା ପରେ ରାକେଶ୍ୱରଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାର ଲଗାଇଛନ୍ତି । ଦେଶ ପାଇଁ ଜୀବନ ଉତ୍ସର୍ଗ କରିଦେଉଛନ୍ତି ଯବାନ । ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟ କରୁଛନ୍ତି । ସରକାରଙ୍କ ଦାୟିତ୍ୱ ମଧ୍ୟ ରହିଛି ସେମାନଙ୍କୁ ସୁରକ୍ଷା ଦେବାରେ । ଘଟଣାର କିଛି ଦିନ ବିତି ଗଲାଣି ହେଲେ ଏଯାଏଁ ରାଜେଶ୍ୱରଙ୍କୁ ଉଦ୍ଧାର କରାଯାଇାରିନାହିଁ । ଯାହା ପାଇଁ ବିଚଳିତ ହୋଇପଡିଛନ୍ତି ଯବାନଙ୍କ ପରିବାର ।
ରାଜେଶ୍ୱରଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ତତ୍ପର ହେଉ । ଖୁବଶିଘ୍ର ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଯବାନଙ୍କ ପରିବାର .. . .

Leave A Reply

Your email address will not be published.