Latest Odisha News

BREAKING NEWS

ଭୁବନେଶ୍ବରରେ ଆକ୍ରାନ୍ତ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ମହାମାରୀ । ପୂର୍ବ ଅପେକ୍ଷା ଏବେ କମିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବର ପାଇଁ ଆଶ୍ବସ୍ତି ଆଣିଦେଇଛି କରୋନା । ଏବେ ରାଜଧାନୀ ଭୁବନେଶ୍ବରରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହି କ୍ରମରେ ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୫୯୨ ଆକ୍ରାନ୍ତ ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୧୧୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୮୨ । ସେହିପରି ସୁସ୍ଥ ହୋଇଛନ୍ତି ୧୨୫୫ ଜଣ । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୭୯ ହଜାର ୯୧୯ ଜଣ କରୋନା ସଂକ୍ରମିତ । ଏମାନଙ୍କ ମଧ୍ୟରୁ ୭୦ ହଜାର ୮୨ ଜଣ ସୁସ୍ଥ ହୋଇଥିବା ବେଳେ, ୩୫୧ ଜଣଙ୍କ ଜୀବନ ନେଲାଣି ମହାମାରୀ । ବାକି ୯ ହଜାର ୪୬୫ ଜଣଙ୍କ ଚିକିତ୍ସା ଚାଲିଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

Comments are closed.