Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଏବେ ସରକାର ସଜାଗ ରହୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୩ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ଝାରସୁଗୁଡ଼ାରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବରଗଡ଼ ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୫ ଜଣ, ବାଲେଶ୍ବର, ଯାଜପୁର ଓ କୋରାପୁଟରୁ ୪ ଜଣ ଲେଖାଏଁ, ନୂଆପଡ଼ାରୁ ୩, ମୟୂରଭଞ୍ଜ ଓ ରାୟଗଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୩୪ ହଜାର ୪୬୩ ଜଣ କରୋା ଆକ୍ରାନ୍ତ ।

Leave A Reply

Your email address will not be published.