Latest Odisha News

BREAKING NEWS

ଆସନ୍ତାକାଲି ଉଦ୍‌ଘାଟନ ହେବ ଦେଶର ପ୍ରଥମ ଖେଳଣା ମେଳା

ନୂଆଦିଲ୍ଲୀ : ଆସନ୍ତାକାଲି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦ୍‌ଘାଟନ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଶିଶୁର ମନର ବିକାଶରେ ଖେଳଣାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ, ତାହା ମନସ୍ତାତ୍ୱିକ ଓ ବୋଧଶକ୍ତିର ବିକାଶ ମଧ୍ୟ କରିଥାଏ । ଗତବର୍ଷ ଅଗଷ୍ଟ ମାସରେ ମନ କି ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖେଳଣା କେବଳ କର୍ମ ପ୍ରବଣ କରେ ନାହିଁ, ବରଂ ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ଖେଳଣା ଶିଶୁର ସାମଗ୍ରିକ ବିକାଶରେ ସହାୟକ ହେଉଥିବାରୁ ପ୍ରଧାନମନ୍ତ୍ରୀ ଭାରତରେ ଖେଳଣା ତିଆରି ଉପରେ ଗୁରତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଫଳସ୍ୱରୂପ ଭାରତ ଖେଳଣା ମେଳା -୨୦୨୧ ଆୟୋଜିତ ହେଉଛି ।

ଏହି ମେଳା ଫେବୃୟାରୀ ୨୭ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଆୟୋଜିତ ହେବ । ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ ।

Leave A Reply

Your email address will not be published.