ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୪ ଆକ୍ରାନ୍ତ । ଏମାନଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୨ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ବରଗଡ଼ ଓ ବଲାଙ୍ଗିରରୁ ୬ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼, ଯାଜପୁର ଓ ସୋନପୁରରୁ ୩ ଜଣ ଲେଖାଏଁ, ବାଲେଶ୍ବର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ପୁରୀରୁ ୨ ଜଣ ଲେଖାଏଁ, ଅନୁଗୁ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହେଲେଣି ୩ ଲକ୍ଷ ୩୪ ହଜାର ୭୬୭ ଜଣ ଆକ୍ରାନ୍ତ ।
Comments are closed.