Latest Odisha News

BREAKING NEWS

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ । ଏମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବାଲେଶ୍ବର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୬ ଜଣ, ଅନୁଗୁଳ ଓ ଯାଜପୁରରୁ ୪ ଜଣ ଲେଖାଏଁ, କଟକ, ଢ଼େଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, ନବରଙ୍ଗପୁର ଓ ପୁରୀରୁ ୨ ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ଗଜପତି, କୋରାପୁଟ, ସୋନପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୭୩୦ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.