Latest Odisha News

ଦଣ୍ଡିତ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଧିମା ବୋଲିଂ ହାର ନେଇ ଦଣ୍ଡିତ ହୋଇଛନ୍ତି । ସମସ୍ତ ସଦସ୍ୟଙ୍କ ୨୦ ପ୍ରତିଶତ ମ୍ୟାଚ ଫି’ କଟାଯାଇଛି । ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ବିରାଟ କୋହଲି ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତୀୟ ବୋଲରମାନେ ୨୦ ଓଭର ବୋଲିଂ ସମ୍ପୂର୍ଣ୍ଣ କରିପାରି ନ ଥିଲେ । ଅଧିନାୟକ ଭାବେ କୋହଲି ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ଭାରତ ଏହି ମ୍ୟାଚରେଚମତ୍କାର ବିଜୟ ହାସଲ କର ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳଠାରୁ ହାରି ଯାଇଥିଲେ ।

Leave A Reply

Your email address will not be published.