ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜିର ବିସ୍ଫୋରକ । ଜଙ୍ଗଲର ବିଭିନ୍ନ ସ୍ଥାନରୁ ସୁରକ୍ଷାକର୍ମୀମାନେ ଏହି ବିସ୍ଫୋରକ ମାନ ଜବତ କରିଛନ୍ତି । ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ ନେତୃତ୍ଵରେ ବରିଷ୍ଠ ଡିଭିଏଫ୍ ଓ ଏସଓଜି ବାହିନୀ ସର୍ଚ୍ଚ ଅପରେସନ୍ ରେ ୨୯୬୦ କେଜି ଜବତ ହୋଇଥିଲା ।
ଗତ ମଙ୍ଗଳବାର ଅର୍ଥାତ୍ ୨୭ ତାରିଖ ସକାଳ ୯ ଟାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ । ଏହି ଘଟଣାକୁ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଏବ ମଧ୍ୟ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି । ୨୦୯ କୋବରା ବାଟାଲିୟନ, ସିଆର୍ପିଏଫ୍, ଡିଭିଏଫ୍ ଫୋର୍ସ, ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।
Comments are closed.