Latest Odisha News

BREAKING NEWS

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୧ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କଟକରୁ ୭, ବଲାଙ୍ଗିରରୁ ୬, ସୁନ୍ଦରଗଡ଼ରୁ ୫, ଦେବଗଡ଼ ଓ ଯାଜପୁରରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ମୟୂରଭଞଜରୁ ୩ ଜଣ ଲେଖାଏଁ, ବାଲେଶ୍ବର ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ବୌଦ୍ଧ, କେନ୍ଦ୍ରାପଡ଼ା, ପୁରୀ ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ଷ୍ଟେଟ୍ ପୁଲରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୪ ହଜାର ୮୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି ।

Leave A Reply

Your email address will not be published.