Latest Odisha News

BREAKING NEWS

ବିମାନ ବନ୍ଦରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଓ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ତତ୍ପର । ମୁକାବିଲା ପାଇଁ ଆଗୁଆ ନିଆଯାଇଛି ସତର୍କତା ମୂଳକ ପଦକ୍ଷେପ । ସଂକ୍ରମଣ ବୃଦ୍ଧି ପାଇବା ପରେ ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ସମସ୍ତ ଯାତ୍ରୀଙ୍କର କରାଯାଇଛି ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ।

ପଡ଼ୋଶୀ ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଯେଉଁ ଯାତ୍ରୀଙ୍କର ଲକ୍ଷଣ ଦେଖାଯିବ ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଯାତ୍ରୀ କୋଭିଡ୍ ପଜିଟିଭ୍ ଜଣାପଡନ୍ତି, ତେବେ ସେମାନଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ । ବିମାନ ବନ୍ଦରରେ ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କର ଠିକଣା ଓ ଯୋଗାଯୋଗ ନମ୍ବରକୁ ବିଏମସି ସଂଗ୍ରହ କରିବ । ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଯାତ୍ରୀମାନଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ହେବ । ସେହିପରି ରେଳ ଷ୍ଟେସନରେ ମଧ୍ୟ ସମସ୍ତ ଯାତ୍ରୀଙ୍କର କରାଯିବ ସ୍କ୍ରିନିଂ ।

Leave A Reply

Your email address will not be published.