Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୮ ଜଣ, ବଲାଙ୍ଗିରରୁ ୭, ବାଲେଶ୍ବର ଓ କଟକରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ଯାଜପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ପୁରୀରୁ ୩, ଦେବଗଡ଼, ରାୟଗଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୪୦୯ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.