Latest Odisha News

BREAKING NEWS

ନିଲାମ ହେବ ଖଣି: ଓଡ଼ିଶାର ୧୪ କୋଲ ବ୍ଲକ୍ ନିଲାମକୁ କେନ୍ଦ୍ର ସରକାରଙ୍କ ଅନୁମତି

ଭୁବନେଶ୍ବର: ରାଜ୍ୟରେ ନିଲାମ ହେବାକୁ ଯାଉଛି ୧୪ଟି କୋଇଲା ଖଣି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୬୭ଟି କୋଇଲା ଖଣି ନିଲାମ ପାଇଁ ଅନୁମତି ମିଳିଛି । ଏଥିମଧ୍ୟରୁ ଓଡ଼ିଶାର ୧୪ଟି କୋଇଲା ଖଣି ରହିଛି ।

ମାଛକଟା ଓ ମହାନଦୀ କୋଇଲା ଖଣି, ତେଲି ସାହି, ଅଳକାନନ୍ଦା କୋଲ ବ୍ଲକ, ରାମଚଣ୍ଡୀ ପ୍ରମୋସନ ବ୍ଲକ, ବର୍ତାପ, ବୁରା ପାହାଡ଼, କୋଶଳ ପଶ୍ଚିମକୁ ନିଲାମ ପାଇଁ ଅନୁମତି ମିଳିଛି ।

ଛତାବର, ତେନ୍ତୁଲୋଇ ଖଣି, ଶରଧାପୁର ଉତ୍ତର, ଫୁଲଝଡ଼ି ଉତ୍ତର ଓ ପଶ୍ଚିମ, କର୍ଦାବାହାଲ-ବ୍ରାହ୍ମଣବିଲ ଖଣିକୁ ନିଲାମ ଅନୁମତି ମିଳିଛି । ସେହିପରି ବେଲପାହାଡ଼ ଖଣିର ଗଭୀରକୁ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର ।

ଦେଶର ନିଲାମ ହେବାକୁ ଥିବା ମୋଟ ୬୭ଟି କୋଇଲା ଖଣି ମଧ୍ୟରୁ ଓଡିଶାରେ ୧୪ଟି କୋଲ୍‌ ବ୍ଲକ୍‌ ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ୧୪ଟି କୋଇଲା ଖଣି ନିଲାମ ହେବ । ଏନେଇ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି ।

Leave A Reply

Your email address will not be published.