ଭୁବନେଶ୍ୱର:ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ଆଜି ଆଉ ୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛି ।
Another 73 #Covid19 patients have recovered and are being discharged.
28 from Boudh
11 from Puri
10 from Kendrapara
9 from Cuttack
7 from Khurda
2 each from Malkangiri & Angul
1each from Ganjam, Balasore, Jajpur & Kandhamal.Total recovered cases of #Odisha now stand at 1050.
— H & FW Dept Odisha (@HFWOdisha) May 30, 2020
ଆଜି ସୁସ୍ଥ ହୋଇଥିବା ୭୩ ଜଣ ମଧ୍ୟରେ ଅଛନ୍ତି ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୯, କଟକରୁ ୭ ଜଣ, ଖୋର୍ଦ୍ଧାରୁ ୭ । ସେହିଭଳି ମାଲକାନଗିରି ଓ ଅନୁଗୁଳରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି । ୧୦୫୦ ଜଣ ସୁସ୍ଥ ହୋଇଥିବା ବେଳେ ୭୬୦ ଜଣ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ୭ ଜଣଙ୍କ ମୃତ୍ୟୁ ହୋଇଛି ।
Comments are closed.