Latest Odisha News

BREAKING NEWS

୪୬ ବର୍ଷ ପରେ ମାଆ ଡିମ୍ପଲଙ୍କ ହାତରନ୍ଧା ଖାଇ ଭାବପ୍ରବଣ ହୋଇଗଲେ ଟ୍ୱିଙ୍କିଲ

ମୁମ୍ବାଇ:୪୬ ବର୍ଷ ପରେ ମାଆ ଡିମ୍ପଲଙ୍କ ହାତ ରନ୍ଧା ଖାଇ ଭାବପ୍ରବଣ ହୋଇଯାଇଛନ୍ତି ଟ୍ୱିଙ୍କିଲ ଖାନ୍ନା । କରୋନା ମହାମାରୀ ଓ ଲକଡାଉନ ଯୋଗୁ ମୁଁ ମୋ ମାଆ ହାତରନ୍ଧା ଖାଇବା ସୁଯୋଗ ପାଇଲି ବୋଲି ସେ ସୋସିଆଲ ସାଇଟରେ ଲେଖିଛନ୍ତି । କାହିଁକି ମାଆ ହାତରନ୍ଧା ସବୁଠାରୁ ସ୍ୱାଦ ବୋଲି କୁହାଯାଏ ତାହା ଆଜି ମୁଁ ଜାଣିଲି ବୋଲି ସେ କହିଛନ୍ତି । ତାଙ୍କ ଶେୟାରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଡିମ୍ପଲ ତାଙ୍କୁ ମିଉ ଫ୍ରାଇଡ ରାଇସ ପ୍ରସ୍ତୁତ କରି ଖୁଆଇଥିଲେ ।

କିଛି ଦିନ ତଳେ ଟ୍ୱିଙ୍କଲ ପୁତ୍ର ଅରବ ପାଇଁ ଚକଲେଟ ବ୍ରାଉନି କେକ୍ ପ୍ରସ୍ତୁତ କରିଥିଲେ । ଟ୍ୱିଙ୍କିଲଙ୍କ ପତି ସୁପରଷ୍ଟାର ଅକ୍ଷୟ କୁମାର ଅଭିନେତା ହେବା ପୂର୍ବରୁ ଭଲ ଶେଫ ଥିଲେ । ସେ ମଧ୍ୟ ପରିବାର ସଦସ୍ୟଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ଖୁଆଇଥାନ୍ତି ।

Leave A Reply

Your email address will not be published.