Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ । ଆଜି ସକାଳେ ସର୍ବାଧିକ ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୮୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ୮୦ ଜଣଙ୍କ ମଧ୍ୟରେ ପୁରୀର ସର୍ବାଧିକ ୧୭ ଜଣ ଅଛନ୍ତି । ସେହିପରି କେନ୍ଦ୍ରାପଡା ଓ ମାଲକାନଗିରିର ୧୬ ଜଣ ଲେଖାଏଁ ଅଛନ୍ତି । ସେପଟେ କଟକରୁ ୭, ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଏବଂ ଝାରସୁଗୁଡାର ୩ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଗଂଜାମ, କନ୍ଧମାଳ ଏବଂ ଖୋର୍ଦ୍ଧାର ୨ଜଣ ଲେଖାଏଁ, ବଲାଙ୍ଗିର ଜଗତସିଂହପୁର, ନବରଙ୍ଗପୁରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୩୨୫ରେ ପହଂଚିଛି ।

Leave A Reply

Your email address will not be published.