Latest Odisha News

ଭୁବନେଶ୍ବରରୁ ଆଜି ୮୭୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୭୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୮୨ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୮୯ । ସେହିପରି ସୁସ୍ଥ ହୋଇଛନ୍ତି ଆଉ ୧୦୭୩ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୩୭ ଜଣ ଥିବା ବେଳେ, ଖଣ୍ଡଗିରିରୁ ୩୬, ଓଲ୍ଡ ଟାଉନରୁ ୩୫ ଓ ନୟାପଲ୍ଲୀରୁ ୩୨ ଜଣ ଅଛନ୍ତି । ସେହିପରି ୟୁନିଟ୍-୯ରୁ ୨୧ ଜଣ ଥିବା ବେଳେ, ଶୈଳଶ୍ରୀବିହାରରୁ ୨୪, ରସୁଲଗଡ଼ରୁ ୧୮, ଜୟଦେବବିହାରରୁ ୨୦, ଡୁମମୁଡୁମମାରୁ ୨୦, ଲକ୍ଷ୍ମୀସାଗରରୁ ୨୪, ଝାରପଡ଼ାରୁ ୨୫, ବିଜେବି ନଗରରୁ ୧୭, ବଡ଼ଗଡ଼ରୁ ୧୯, ଚନ୍ଦ୍ରଶେଖରପୁରରୁ ୧୭, ବରମୁଣ୍ଡାରୁ ୧୩ ଓ ଜାଗମରାରୁ ୧୪ ଜଣ ଆକ୍ରାନ୍ତ ଅଚନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୫ ଜଣ ଥିବା ବେଳେ, ୟୁନିଟ-୬ରୁ ୧୦, ଚନ୍ଦ୍ରଶେଖରପୁରରୁ ୯, ଓଲ୍ଡ ଟାଉନରୁ ୮ ଜଣ ଅଛନ୍ତି । ଏହାସହ ବାକି ଅଞ୍ଚଳରୁ ମଧ୍ୟ କିଛି ପରିମାଣରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୭୩ ହଜାର ୯୭୨ ଜଣ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୬୧ ହଜାର ୯୭୬ ଜଣ ସୁସ୍ଥ ହୋଇଥିବା ବେଳେ, ୩୩୪ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୧୧ ହଜାର ୬୪୧ ଜଣଙ୍କ ଚକିତ୍ସା ଚାଲିଛି ।

Leave A Reply

Your email address will not be published.