Latest Odisha News

ସାଗର ହତ୍ୟା ମାମଲା: ସୁଶୀଲଙ୍କ ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ସାଗର ଧାନକଡ ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କ ରିମାଣ୍ଡ ଅବଧି ଆଉ ୪ ଦିନ ବୃଦ୍ଧି କରାଯାଇଛି । ମେ ୨୩ରେ ସୁଶୀଲଙ୍କୁ ୬ ଦିନିଆ ରିମାଣ୍ଡରେ ନିଆ ଯାଇଥିଲା । ପୋଲିସ ଆଜି କୋର୍ଟରେ ସୁଶୀଲଙ୍କୁ ହାଜର କରାଇବା ସହ ଅଧିକ ଜେରା ପାଇଁ ୭ ଦିନ ମାଗିଥିଲା । କୋର୍ଟ କିନ୍ତୁ ୪ ଦିନର ସମୟ ଦେଇଥିଲେ । ତେବେ ଏହି ସମୟ ମଧ୍ୟରେ ସୁଶୀଲଙ୍କ ମେଡିକାଲ ଚେକଅପ ପ୍ରତି ୨୪ ଘଂଟାରେ ଦେବା ସହ ଓକିଲଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି ।

କିଛି ଦିନ ତଳେ ଜୁନିୟର ପହଲିୱାନ ସାଗର ଏବଂ ତାଙ୍କ ସାଥୀଙ୍କ ସହ ସୁଶୀଲ ଗୋଷ୍ଠୀଙ୍କ ସଂଘର୍ଷ ଘଟିଥିଲା । ସୁଶୀଲ ଏବଂ ଅନ୍ୟମାନଙ୍କ ମାଡରେ ସାଗର ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଏହା ପରେ ସୁଶୀଲ ଫେରାର ହୋଇ ଯାଇଥିଲେ । ୨୨ରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.