Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ଅପରାହ୍ନରେ ପବନ, ଘୂର୍ଣ୍ଣିଝଡ ସହ ବର୍ଷା । ଏହା ଥିଲା ଆଜିର ଟ୍ୱିନ ସିଟିର ଦୃଶ୍ୟ । ସନ୍ଧ୍ୟା ନ ହେଉଣୁ ଘୂର୍ଣ୍ଣିଝଡରେ ଚାରିଆଡ ଅନ୍ଧାର ହୋଇଯାଇଥିଲା ।

ହଠାତ୍ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିଲା । ଆଜିର କାଳବୈଶାଖୀ ସମ୍ପର୍କରେ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଧୂଳି ଝଡ ଯୋଗୁଁ ରାସ୍ତାଘାଟରେ ଯାତାୟତରେ ସମସ୍ୟା ଉପୁଜିଥିଲା । କିଛି ସ୍ଥାନରେ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଆଜି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । କିଛି ସମୟ ବର୍ଷା ହେବା ପରେ ପାଣିପାଗରେ ପରିବର୍ତ୍ତନ ଆସିଛି ।

Leave A Reply

Your email address will not be published.